ହୃଦୟ
ପୂଣ୍ୟଗର୍ଭା ବ୍ରାହ୍ମଣୀ ନଦୀ ପୋଲରୁ ଡେଇଁ ତା ଛୁଆ ସହ ନିଜେ ଆତ୍ମହତ୍ୟା କରିଥିବା ସେ ସ୍ତ୍ରୀ ଲୋକକୁ ସଭିଏଁ ହୃଦୟହୀନା କହୁଥିଲେ । ଧାଇଁ ଆସିଥିଲେ ପ୍ରଶାସନ ଓ ଅନେକ ସଂସ୍ଥା ସେ ଦୁଇଟି ଶବ ଉଦ୍ଧାର କରିବାକୁ ।
କିନ୍ତୁ ତା ଛ ଦିନର ଭୋକ ଓ ଥନ'ର ଶୁଷ୍କ ଅସ୍ଥିରତା କୁ କେହିବି ଖୋଜିପାଇଲେ ନାହିଁ ।
***
ହୃଦୟବାନ
ବିଚ୍ଛିନ୍ନ ଏକ ଗ୍ରାମର ଅଧା ଚାଳ ଘର ଅସମୟ ଅଗ୍ନି କୋପରେ ଭସ୍ମୀଭୂତ ହୋଇସାରିଥାଏ । ଶୀତୁଆ ସନ୍ଧ୍ୟାରେ ଭୋକ ଓ ଆସନ୍ତା ଭବିଷ୍ୟତର ଚିନ୍ତା ଅପେକ୍ଷା ଏବେର ହାଡ଼ଭଙ୍ଗା ଶୀତ ପ୍ରକୋପକୁ ଚିନ୍ତା କରି ଶିହରି ଉଠୁଥାଏ ପୁରା ଗାଁ । ପହଞ୍ଚିଗଲେ ଭୂତପୂର୍ବ ମନ୍ତ୍ରୀ , ବାଣ୍ଟି ଚାଲିଲେ ଖାଦ୍ୟ , କମ୍ବଳ , ଏବଂ ସରକାରଙ୍କୁ ଆଶ୍ରାବ୍ୟ ସମ୍ପାଦ । କରତାଲି ଗର୍ଜି ଉଠିଲେ , ମନ୍ତ୍ରୀ ପାଲଟିଗଲେ ଏ ସଂସାରର ସବୁଠୁ ହୃଦୟବାନ ବ୍ୟକ୍ତି ।
ସବୁକିଛିର ଥଇଥାନ କରିସାରି ଫେରିଲା ବେଳେ ତାଙ୍କ ନିଜ ଲୋହୃଦୟହୀନାକଙ୍କୁ ପଚାରିଲେ "ଏଥର ଏ ଇଲାକାର ସବୁ ଭୋଟ ଆସିବ ତ ! ନଚେତ ତୁମେ ସବୁ ଜାଣ କଣ କରିବାକୁ ହେବ ।"
ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ
ଢେଙ୍କାନାଳ

No comments:
Post a Comment