କବିତା:- ବିକଳାଙ୍ଗ ପୌରୁଷ
ତୁମକୁ ଯନ୍ତ୍ରଣା ଅନୁଭବ ପାଇଁ ଡାକୁନି,
କେବଳ ବୁଲିଆସ
ପ୍ରସବ ଗୃହର କେତୋଟି
ପେଟ କାଟି, ଚେତା ହରେଇ
ପଡିରହିଥିବା 'ମା'ଙ୍କ ପାଖରୁ ।
ତୁମ ପୁରୁଷତ୍ୱକୁ ମୁଁ ଅବମାନନା କରୁନି
କିନ୍ତୁ ମୋ ନାରୀତ୍ବର କି ଦୋଷ ?
ଥରେ ସେ ବିଛଣାରେ ଶୋଇପଡ
ନିଜକୁ ସଜଫୁଟା କଅଁଳ ମାତୃତ୍ୱ ନେଇ
ଜାଣିବ ଏ ଧର୍ଷଣର ଯନ୍ତ୍ରଣା
ଏବେ ମଧ୍ୟ ସହୁଛି 'ମା' ଟିଏ ।
ତୁମ ନିର୍ଭୀକତାକୁ ଚ୍ୟାଲେଞ୍ଜ କରୁନି
ଥରେ ସାମ୍ନାରେ ଠିଆହୁଅ
ନିଜ 'ଭଉଣୀ' କି 'ମା'ର
ବିବେକ ବିବଶତା ପାଖେ !
ଶୁଣିବ ତୁମ ଆତ୍ମାର ତ୍ରାହି ତ୍ରାହି ଶବ୍ଦ ।
ମୁଁ ନୁହେଁ,
ଧର୍ଷଣ ପାଇଛି ସମାଜ
ତୁମ ପୁରୁଷତ୍ୱ ର ଅଭିମାନ ।
"ମୁଁ ତ ନାରୀଟିଏ !
ମା' ମୁଁ ମାଟି ମୁଁ ……"
#ଗଳ୍ପକବିତା
ସୋଲଗାଡ଼ିଆ
ଢେଙ୍କାନାଳ
୭୫୯୦୧୬
.jpeg)

No comments:
Post a Comment