HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Friday, September 9, 2022

ବିକଳାଙ୍ଗ ପୌରୁଷ

କବିତା:- ବିକଳାଙ୍ଗ ପୌରୁଷ





ତୁମକୁ ଯନ୍ତ୍ରଣା ଅନୁଭବ ପାଇଁ ଡାକୁନି,

କେବଳ ବୁଲିଆସ

ପ୍ରସବ ଗୃହର କେତୋଟି

ପେଟ କାଟି, ଚେତା ହରେଇ

ପଡିରହିଥିବା 'ମା'ଙ୍କ ପାଖରୁ ।


ତୁମ ପୁରୁଷତ୍ୱକୁ ମୁଁ ଅବମାନନା କରୁନି

କିନ୍ତୁ ମୋ ନାରୀତ୍ବର କି ଦୋଷ ?

ଥରେ ସେ ବିଛଣାରେ ଶୋଇପଡ

ନିଜକୁ ସଜଫୁଟା କଅଁଳ ମାତୃତ୍ୱ ନେଇ

ଜାଣିବ ଏ ଧର୍ଷଣର ଯନ୍ତ୍ରଣା

ଏବେ ମଧ୍ୟ ସହୁଛି 'ମା' ଟିଏ ।


ତୁମ ନିର୍ଭୀକତାକୁ ଚ୍ୟାଲେଞ୍ଜ କରୁନି

ଥରେ ସାମ୍ନାରେ ଠିଆହୁଅ

ନିଜ 'ଭଉଣୀ' କି 'ମା'ର

ବିବେକ ବିବଶତା ପାଖେ !

ଶୁଣିବ ତୁମ ଆତ୍ମାର ତ୍ରାହି ତ୍ରାହି ଶବ୍ଦ ।


ମୁଁ ନୁହେଁ,

ଧର୍ଷଣ ପାଇଛି ସମାଜ

ତୁମ ପୁରୁଷତ୍ୱ ର ଅଭିମାନ ।

"ମୁଁ ତ ନାରୀଟିଏ !

ମା' ମୁଁ ମାଟି ମୁଁ ……"

                       #ଗଳ୍ପକବିତା

ସୋଲଗାଡ଼ିଆ

ଢେଙ୍କାନାଳ

୭୫୯୦୧୬


No comments:

Post a Comment

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...