ନିଶ୍ଚନ୍ତା:- ହିମାଂଶୁ ଭୂଷଣ ସାହୁ
ତା'ଶୂନ ମସ୍ତକେ ସଳଖି ମୋ କଟି
ପାଦକୁ ଥାପିଲି ଧୀରେ ।
ସର୍ବବ୍ୟାପୀ ଅଛି ମସ୍ତକକୁ ଲାଗି
ଜିମୂତ ପରଶ କଲା କ୍ଷଣେ କରେ ।।
ନେତ ଆବରଣ ଧୀରେ ଖୋଲି ବାରେ
ଶୀତଳ ବାଆର ପରଶ ଭେଦ ।
ସତେ ଦୁଃଖିଟିଏ କ୍ଷଣକେ ଏଠାରେ
ଲଭିବ ମୁକତି,ପାଶୋରିବ ଖେଦ ।।
ଶିଖରୀ କୋଳରେ ମାର୍ତ୍ତଣ୍ଡ ଝଟକେ
ଶିଖରରୁ ଶିଖି ଡାକ ।
ଶିବା ବିଲୁଆର ଗର୍ଜନ କମ୍ପଇ
ଦଳିତ ଜୋଖିଛି ଲାଖ ।।
ଯଦି ଥାନ୍ତେ ସଖା,ସଖାଙ୍କୁ ବଦନ୍ତେ
ସେ' ସଖାଙ୍କୁ ପୁଚ୍ଛି କୁହ ।
ଅନ୍ୟ ଦୁଇସଖା ଯଦି ମତ ଦେବେ
ଷଢ଼ପାର୍ଶ୍ଵ ଦେଖି ଭିଅ ।।
***
ହୃଦୟ ଅଣ୍ଡାଳି ଆହାଃ ବୋଲି କହି
ଚଖୁ ମୁଦିଦେଲି ତା'ଫୁଙ୍ଗୁଳା ଦେହେ ।
ଥିଲା ସେ ଶ୍ୟାମଳା ହେଲାଣି ବିଧବା
ତା'ର ଶ୍ୱେତବର୍ଣ୍ଣ ବିଧାତା କି ଲେହେ ? ।।
କଲିଜା ନେତରୁ ଦୁଇ ଟୋପା ବାହି
ବାହୁତିଙ୍କୁ କ୍ଷଣି ଚିନ୍ତିଲି ମନେ ।
କେତେକାଳୁ ଏଠି ଦେଖୁଛୁ'ତୁ ଦଶା
ବନାନୀ ତ ଗଲା ! ବସିଅଛୁ ବନେ ? ।।
କଳାମୁଁହା ଯଦି ଲମ୍ଫେ ତୋ ବୃକ୍ଷରେ
ଜୀବନ ତା'ସଙ୍ଗେ ଲମ୍ଫେ ।
ଅମୃତ ଫଳକୁ ପାଇବାର ଆଶେ
ଭୋକିଲା ରୁହଇ ଶଙ୍କେ ।।
ଅମୂଲ ମୂଲ , ମୂଲ'ତା ଅମୂଲ୍ୟ
ସେ ସ୍ଥାନର ମୂଲ୍ୟାଙ୍କନ ।
ଜିଜ୍ଞାସା ପ୍ରୟାସି, ବିବେକ ଝିଙ୍ଗାସି
ହୃଦେ ! ବିଧାତାର ସୂକ୍ଷ୍ମ ଅଙ୍କନ ।।
ଦକ୍ଷିଣ ଦିଗନ୍ତୁ ଧରାର ଶରୀର
ସିନ୍ଧୁତୁଲ୍ୟ ବିଦ୍ୟମାନ ।
ନୀଲାଭ ପାହାଡ଼ ଯେପରି ତରଙ୍ଗ
ବୃକ୍ଷରାଜି ଭାସ ଜୀବ ସମାନ ।।
ବୈଶାଖ କାଳରେ କାଳର କରାଳ
ନୀଳରଙ୍ଗ ଉଭାଯାଏ ।
ସତେ ମରୁପୃଷ୍ଠ ଦିଶେ ତା'ର କାୟା
ତରୁ ! କାଶତଣ୍ଡିର ପରାଏ ।।
ତନୁ ଅନଳକୁ ପରଖି ବାରିଲି
ବାଆ ସ୍ପର୍ଷେ ଲୋମ ଟାଙ୍କେ ।
ଧନ୍ୟ ସେ ନିଶ୍ଚନ୍ତା ଗଢ଼ିଛି ବିଧାତା
ତଉଲିକି ସୁଖେ ଦୁଃଖେ ।।
ସୁଖକୁ ଉଭାଇ ଦୁଃଖକୁ ବାଢିଲା
ମଉଳେ ସବୁଜ ରୂପ ।
ବିଧବା ସମାନ ଧବଳ ଛାଏ କେ
ଚତୁଃପାର୍ଶ୍ବ ଯାଏ ସୁପ୍ତ ।।
ହେ ଅମୃତ ସନ୍ତାନ ଦୃଷ୍ଟି କ୍ଷେପ ତୁମେ
ଗୁହାରି ଥରୁଟେ ତୁମକୁ ।
ମାତୃସ୍ଥାନ ମାତୃ ଗର୍ଭରୁ ଅଜାଡେ
ବାରେ ହୃଦ, ନିଅ ତା'ଦୁଃଖକୁ ।।
ସମସରି ଭାଗ ଅଡୁଛ ଅଭାବେ
ଉନ୍ନତିର ଆଶେ ଭାଙ୍ଗ ତା'ର ଗାତ୍ର ।
ତଥାପି ଚିନ୍ତୁଛ ଅଟ'ତା ସନ୍ତାନ
ନରକକୁ ଯାହା ବାଟ ।।
#ଗଳ୍ପକବିତା
ଗ୍ରାମ- ସୋଲଗାଡ଼ିଆ
ଢେଙ୍କାନାଳ
୭୫୯୦୧୬


No comments:
Post a Comment