ନାରୀ :- ହିମାଂଶୁ ଭୂଷଣ ସାହୁ
ତୁମ ଶୈଶବ ଅହଂ-ଶୂନ୍ୟତା ପୃଥିବୀର
ଏକମାତ୍ର ରକ୍ଷୀ-ସ୍ନେହମୟୀ ପାପୁଲିଟେ ମୁଁ ।
ଜୀବନ୍ତ ଯୌବନ ଦଗ୍ଧ ହୃଦୟ ଚପଳତାର
ଶତଶହସ୍ର ବିହ୍ଵଳ ବିଗଳିତା ଶାନ୍ତ ପ୍ରେମିକାଟେ ମୁଁ ।
ପଥହୁଡା ଅବିଶ୍ରାନ୍ତ ଅବୁଝା ଲକ୍ଷର
ହାତଧରି ସ୍ମିତହାସେ ଶିତଳତା ଭରା ଭଗ୍ନୀଟିଏ ମୁଁ ।
ତୁମ ଅଧର୍ଯ୍ୟ ବିକଳାଙ୍ଗ ମାନସିକ ଅସ୍ତିତ୍ୱର
ସରଳ ସାବଲୀଳ ଉଶ୍ୱାସ ଆବୃତ୍ତ ପ୍ରଶ୍ନଟିଏ ମୁଁ ।
ତୁମ ପୁରୁଷତ୍ୱର ଉଗ୍ରତପ୍ତ ଅହଙ୍କାର ସୀମାରେ
ଶକ୍ତବରଫ ସ୍ୱରୂପ ଏକ ଶକ୍ତିମୟୀ ଉତ୍ତରଟିଏ ମୁଁ ।
#ଗଳ୍ପକବିତା
ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ
ଢେଙ୍କାନାଳ
୭୫୯୦୧୬


No comments:
Post a Comment