HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Saturday, March 25, 2023

କଲମ ବ୍ୟସ୍ତ ଥିବ...

କେତେ କେତେ କବିତା

ଆଜି ରଚନା ହେଉଥିବ ,

ମୁଁ ରୁ ତୁମେ ତୁମେ ରୁ ବିଶ୍ୱ

ଆଜି ବିଶ୍ୱରେ

ତୁମ ଓ ମୋ ଭାବନା

ନିଜନିଜ ବିଶ୍ୱ ରଚୁଥିବ ।


ପ୍ରେମର କବିତା ଲେଖୁଥିବ !

ନୂଆ ନୂଆ ଭାବନାକୁ

କାହା ପାଦତଳେ ସମର୍ପି ଥିବ !

ନା ନିରୀହ ଫୁଲକୁ ହତ୍ୟା କରି

ପ୍ରେମ ନିବେଦନର ପଂକ୍ତି ଲେଖୁଥିବ ?

ନା ଓଠ କିମ୍ବା ହାତରେ ରକ୍ତ ବୋଳି

ହୃଦୟ ସ୍ପନ୍ଦନ ଗାରଉଥିବ ?


ହୁଏତ ଯୁଦ୍ଧର କବିତା ଲେଖୁଥିବ !

ଶାନ୍ତି ମୈତ୍ରୀକୁ ବିଶ୍ଳେଷଣ କରି

ନିରୀହ ଆଖିର

ଲୁହ କଥା ଲେଖୁଥିବ ।

ଧଳା ଫରଫର ଶାନ୍ତି ପ୍ରତିକଟି

ଘୋଡେଇ ହୋଇ

ବାରୁଦର ଦେହେ ବିରାମ ଲେଖୁଥିବ ।


କଲମ ଭୋକ ଲେଖୁଥିବ !

ଦେହ , ମନ ଆଉ ପେଟ ପରେ

ରାଜନୀତିର ଚାହିଦା ଟିପୁଥିବ ।

ଅନାହାର ,ଜନସଂଖ୍ୟା ବିସ୍ଫୋଟ

କିମ୍ବା ମଣିଷ ମୁଖାରେ

ଲାଗିଥିବା ରକ୍ତଛିଟା ନେଇ

ନିର୍ବାଚନର ତାଲିକା ଲେଖୁଥିବ ।

                ◆◆◆

#ଗଳ୍ପକବିତା

✍️ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ , ଢେଙ୍କାନାଳ 



No comments:

Post a Comment

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...