ବୁଝି ହୁଅନ୍ତା କି ଜୀବନକୁ !
ବଞ୍ଚିବାର ବାହାନା ନେଇ
ଫାଙ୍କିବାକୁ ଚେଷ୍ଟା ଥରେ କରନ୍ତି
ମୃତ୍ୟୁର ଅକାଟ୍ୟ ସତ୍ୟକୁ ।
ବୁଝି ହୁଅନ୍ତା କି ହସକୁ !
ଦୁଃଖର ଦାଉ ଦାଉ ଜ୍ବଳନରେ
ଖୋଜିଆଣି ଅଣ୍ଟିରେ ସାଇତନ୍ତି
ମରି ପଡିଥିବା ଚିମୁଟେ ସୁଖକୁ ।
ବୁଝି ହୁଅନ୍ତା କି ଲୁହକୁ !
ସବୁ ନିଗିଡ଼ା କୋହରେ
ଚୁମାଟିଏ ଦେଇ
ପାପୁଲିରେ ଥାପୁଡି ଦିଅନ୍ତି ଆଖିକୁ ।
ବୁଝି ହୁଅନ୍ତା କି ମନକୁ !
ଚେଷ୍ଟା କରନ୍ତି ବାରମ୍ବାର
କେତେ ଅସଜଡ଼ା କେତେ ଅବୁଝା
କେତେ ରିକ୍ତ କେତେ ତିକ୍ତ ସମ୍ପର୍କକୁ ।
ବୁଝି ହୁଅନ୍ତା କି ପ୍ରେମକୁ !
ଲୁହ , ଭୋକ , ରକ୍ତ ଜୁଡୁବୁଡୁ
ଏ ଗଦାଗଦା ବାରୁଦର ପୃଥିବୀରେ
ବୁଝେଇପାରନ୍ତି ନିଜ ହୃଦୟକୁ ।
ବୁଝି ହୁଅନ୍ତା କି ଜୀବନକୁ …
◆◆◆
#ଗଳ୍ପକବିତା
✍️ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ, ଢେଙ୍କାନାଳ ୭୫୯୦୧୬


No comments:
Post a Comment