ଆଜି ମଧ୍ୟ ସେଇଆ ହେଲା । ଆଉଜେଇ ହୋଇ ହସିଲା । ମୁଁ ଟିକେ ହସିଦେଇ ଇଞ୍ଜିନ ବନ୍ଦ କରି ଛୋଟ ଗେଟ୍ ଟି ଖୋଲୁଥାଏ ସେ କହିଲା "ହାଇଦ୍ରାବାଦୀ ଆମ୍ବ ନା ଅନନ୍ତପୁରୀ ?"
ମୁଁ ଲଟକେଇଥିବା କେଜିଏ ଆମ୍ବକୁ ଦେଖିଲି । କହିଲି "କେଜାଣି !" ସେ ହସିଲା । ମୁଁ ଆଶ୍ଚର୍ଯ୍ୟ ନଥିଲି । ଓଡ଼ିଶାରେ ଗୋଟିଏ ଜିଲ୍ଲାର ଆମ୍ବ ଅନ୍ୟ ଜିଲ୍ଲାରେ ନୂଆ ଦରବ । ଏଠାରେ ମଧ୍ୟ ହୋଇଥିବ ।
"ନବୁ ? ନେ ! ଦୁଇଟି ନେ..! ପାଚିଲା ନେ ।"
ସେ ନେଲା । ସାଇକେଲଟି ସେଇଠି ଛାଡ଼ିଦେଇ ଚାଲିଗଲା ଏକା ମୁହେଁ । ଗେଟ୍ ବନ୍ଦ କଲାବେଳେ ଭାବିଲି "ସାଇକେଲ ଟି ନେଇ ଦେଇ ଆସିବି କି ? ନା ସେଇଠି ଥିବ ? ହଁ ଥାଉ । କିଏ ନେବ ଏ ଭଙ୍ଗା ଛୋଟ ସାଇକେଲ ?"
ହ୍ଵାଟ୍ସଆପ୍ ଷ୍ଟାଟସ୍ ରେ ଜଣେ ବନ୍ଧୁ ତା ହସ ହସ ମୁହଁ ସହ ପେଟିଏ ଆମ୍ବ ରଖି ଲେଖିଥିଲା "କଳାହାଣ୍ଡି ଆମ୍ବ" ।
ଛୋଟ ନାଲି ପାନପାତ୍ର ସହ ଲେଖି ପଠେଇଲି "ଆମ ଘରକୁ ଦି ଟା ପଠେଇବୁ ବେ ।" ସେ "ନିଶ୍ଚିନ୍ତ" ର ଉତ୍ତର ଦେଲା ।
ମୁଁ ଚାବି ଖୋଲି ଭିତରକୁ ଗଲି । ପୋଷାକ ବଦଳେଇବା ପୂର୍ବରୁ ଗୋଟିଏ ଆମ୍ବ ଧୋଇ ଖାଇଲି । ମିଠା । କିନ୍ତୁ କେଉଁ ରାଜ୍ୟ କି ଜିଲ୍ଲାର ଜାଣିପାରିଲି ନାହିଁ । ସେ ପିଲାଟିକୁ ମଧ୍ୟ ମିଠା ଲାଗିଥିବ । ହୁଏତ ହାଇଦ୍ରାବାଦୀ ମିଠା । ମୋତେ କଳାହାଣ୍ଡିଆ ମିଠା ଲାଗୁଥିଲା ।
#ଗଳ୍ପକବିତା
ହିମାଂଶୁ ଭୂଷଣ ସାହୁ
ସୋଲଗାଡ଼ିଆ
ଢେଙ୍କାନାଳ ୭୫୯୦୧୬

