HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Wednesday, May 1, 2024

ଦୁଇ କପ୍ ବୁଝାମଣା

ଆସ କପେ ଚାହା ପିଇବା…

ଆଲୋଚନା କରିନେବା

ତୁମ-ଆମ ଜୀବନ ଜୀବିକା !

ପଢ଼ିନେବା ଫର୍ଦ୍ଧେ ରାଜନୀତି କଥା !

ବୁଝିନେବା ନୂଆ ନୂଆ ପ୍ରେମର ସଂଜ୍ଞା !


ଆଉ ….


କ'ଣ ଚାଲିଛି ସାହିତ୍ୟରେ ?

କେମିତି ଚାଲିଛି ବିଦେଶ ନୀତି !

ବନ୍ଦ ପଡିଛି କି ପୃଥିବୀର ପ୍ରଶ୍ୱାସ ,ପ୍ରଦୂଷଣରେ ?

ମହାକାଶରେ କେବେ ପଡ଼ିବ ନୀଳ ଜହ୍ନ ?

ଗାଁରେ କେମିତି ଉଲଗ୍ନ ହୋଇ ବୁଲେ ସହର !


ଟିକେ ତ ଗପିନେବା

ଅଧିକ ଶୁଣିବାକୁ ବିଷୟ ନାହିଁ

ଅଧିକ ଗପିବାକୁ ସମୟ କାହିଁ ?

ଏମିତି ବି କପେ ଚାହାର

ଆୟୁଷ କେତେ ଯେ ?


ଚାହୁଁ ଚାହୁଁ କେଇଥର ଓଠ ଛୁଆଁରେ

ସରିଯିବ ଚାହା !

ସରିଯିବ ଗପ ।

ସେଇଠୁ , ତୁମେ ତୁମ ବାଟେ

ମୁଁ ମୋ ବାଟେ ।

✍️ହିମାଂଶୁ ଭୂଷଣ ସାହୁ

#ଗଳ୍ପକବିତା

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...