HIMANSHUBHUSHAN SAHOO

My photo
ନିରୋଳା ଦେଖି ଗଳ୍ପ ଗୁଡିକ ମୋତେ ପ୍ରଶ୍ନ କଲେ "ତୁ ଗଳ୍ପ କେମିତି ଲେଖୁ ?" ମୁଁ ହସିଦେଇ କହିଥିଲି "ଆପଣ ନିଜକୁ ଦେଖନ୍ତୁ , ନିଜ ଚତୁର୍ଦ୍ଦିଗ କୁ ଅନୁଭବ କରନ୍ତୁ ! ଅସରନ୍ତି ସୁଖ-ଦୁଃଖ , ଅକଳନ ହାନି-ଲାଭ , ଗଭୀର ପ୍ରେମ-ବିରହ , ଅପର୍ଯ୍ୟାପ୍ତ ଜନ୍ମ-ମୃତ୍ୟୁ !!! ସବୁତ ପ୍ରଦର୍ଶିତ ଏଠି " ଆଉ କବିତା କ'ଣ କହିଲା ଜାଣନ୍ତି ? କହିଲା, "ତୁ' ତ ନିଜକୁ ଗାଳ୍ପିକ ଭାବିଛୁ , କବିତା କିପରି ଲେଖିବୁ ?" ମୋ ଉତ୍ତର ଥିଲା.. " ସତେ'ତ ! ତୁମ ହସ ହସ ତୃପ୍ତ ବଦନରୁ ଟିକିଏ ଦୁଃଖ ଟାଣିଆଣି.. ଗାରେଇ ନଦେଲେ ମୋ ଭାବନାରେ ! ସେ କି କବିତା ?"

Saturday, August 24, 2024

ନାରୀଟିଏ ତ ମାତ୍ର...

ନାରୀଟିଏ ତ ମାତ୍ର !

ସର୍ବସଂହା ଅର୍ଥରେ

ତୁମ ପଙ୍ଗୁ ପୁରୁଷତ୍ୱକୁ ସହିବା ପାଇଁ ବାଧ୍ୟ ସେ ।

ତୁମେ ଆଉ ବଡ଼ପଣ ଦେଖାଅ ନାହିଁ

ବିଦ୍ରୋହ-ବିକ୍ଷୋଭ-ବିଚାର କହି ,

ଆଇନା ଆଗରେ ନଗ୍ନ ଥରେ ହୋଇଯାଅ !

ଦେଖିବ ତୁମ ମନରେ କେତେ ଧର୍ଷିତାଙ୍କ ଚିତ୍କାର

ସେ ଆଇନା ଭିତରେ !


ନାରୀଟିଏ ତ ମାତ୍ର !

ପତ୍ନୀ-ଜନନୀ-ଭଗିନୀ ଅର୍ଥରେ

ତୁମ ଦୈତ୍ୟତାକୁ କ୍ଷମା କରିବାକୁ ବାଧ୍ୟ ସେ ।

ତୁମେ ଆଉ ଅଭିନୟ କରନାହିଁ ,

ରାଜ୍ୟ ,ସମ୍ପ୍ରଦାୟ ,ଦଳ ,ବଳ କହି ।

ଆଖି ଖୋଲ ଦେଖିବ ଅନେକ ଅସହାୟ ପିଡ଼ିତା

ସେ ଦଳୀୟ ଭିତରେ ।


ନାରୀଟିଏ ତ ମାତ୍ର !

ସେ କାହୁଁ ଜାଣିବ ବିକ୍ଷୋଭ !

କାହିଁକି କରିବ ପ୍ରତିବାଦ ?

କାହିଁକି ନେବ ପ୍ରତିଶୋଧ ?

କାହିଁକି ମାଗିବ ନ୍ୟାୟ ?

କାହାପାଇଁ ରଖିବ ନିଜପକ୍ଷ ?

ସେ କାହିଁକି କରିବ ବିଚାର ?

କେମିତି ମାଗିବ ତୁମ ପୌରୁଷର ହିସାବ ?

କାହିଁକି ଜାଣିବ ଅଧିକାର ?

କଣ ତାର ପ୍ରୟୋଜନ !

କେଉଁଠି ଅବା ତାର ସ୍ଥାନ ?


ଆସ ଆଜି ହିସାବ କରିବା

ତୁମ , ତା ଦେହର

ତୁମ , ତା ମନର

ତୁମ , ତା ଇଛାର

ତୁମ , ତା ଭକ୍ତିର

ତୁମ , ତା ସମର୍ପଣର

ତୁମ , ତା ଆବେଗର

ତୁମ , ତା ତ୍ୟାଗର

ତୁମ , ତା ଶକ୍ତିର ।


ହଁ ,

ନାରୀଟିଏ ତ ମାତ୍ର !

ସେ ସର୍ବସଂହା ଅର୍ଥରେ

ଦେହ-ମନ-ଇଛା ତ୍ୟାଗରେ !!!

ତୁମେ ଆଉ ହିସାବ ମାଗନାହିଁ

ପ୍ରଭୁତ୍ୱ ଦେଖାଇ ,

ଥରେ ମଗ୍ନ ହୋଇ ହଜିଯାଅ ତା ଔରସରେ

ଦେଖିବ ଲକ୍ଷ ଲକ୍ଷ ନିଜତ୍ବର ନାରୀଟିଏ

ନିଜ ଭିତରେ ।

◆◆◆

#ଗଳ୍ପକବିତା

✍️ହିମାଂଶୁ ଭୂଷଣ ସାହୁ

ସୋଲଗାଡ଼ିଆ

No comments:

Post a Comment

"ଗୌରୀପ୍ରଭା"ର ପ୍ରଥମ ବର୍ଷ

 ଏବେ “ ଗୌରୀପ୍ରଭା ” ପହଞ୍ଚିଛି ତୃତୀୟ ବର୍ଷରେ । ତିନି ବର୍ଷର ଯାତ୍ରାରେ ଭେଟିଛି ଅନେକ ଅନୁଭବ । ଆସନ୍ତୁ ଜାଣିବେ “ଗୌରୀପ୍ରଭା” ବାର୍ଷିକ ପତ୍ରିକାର ପ୍ରଥମ ବର୍ଷର ପା...